ଗୁଣିଆ ସନ୍ଦେହରେ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଲେ
ଗଂଜାମ, ୦୨ ଅକ୍ଟୋବର – ଗୁଣିଆ ସନ୍ଦେହରେ ଖଲିକୋଟ ଗୋପପୁର ଗାଁରେ ଗତ ସୋମବାର ରାତିରେ ଗ୍ରାମର କେତେକ ଲୋକ ସଂଘବଦ୍ଦ ଭାବେ ଗ୍ରାମର ହରି ନାହାକ, ସନ୍ୟା ନାହାକ, ରଙ୍କ ନାହାକ, ଦୁର୍ଯ୍ୟ ନାହାକ, ଯୋଗୀ ନାହାକ ଓ ଯୋଗେନ୍ଦ୍ର ନାହାକଙ୍କୁ ଘରୁ ଡାକିନେଇ ଗାଁ ମଧ୍ୟରେ ବାନ୍ଧି ନିସ୍ତୁକ ମାଡ଼ ଦେବା ସହ ସେମାନଙ୍କର ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଥିଲେ ।
ଏହି ଘଟଣାରେ ଖଲିକୋଟ ପୁଲିସ ଖବର ପାଇ ଗୋପପୁର ଯାଇ ଆହତ ମାନଙ୍କୁ ଉଦ୍ଧାର କରି ଖଲକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିବା ସହ ଗତକାଲି ଦିନ ତମାମ ପୋଲିସ ଗ୍ରାମରେ ଡେରା ପକାଇ ଆକ୍ରମଣ କରିଥିବା ୨୯ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରିବା ସହ ଥାନା କେସ୍ ନଂ. ୨୫୬/୧୯ରେ ମାମଲା ରୁଜୁ କରି ଅଟକ ରଖିଥିବା ୨୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।