ଗାଧୋଇବା ବେଳେ ଟାଣି ନେଇଥିଲା କୁମ୍ଭୀର
ଆଜି ମିଳିଲା ମୃତଦେହ
ପଟ୍ଟାମୁଣ୍ଡାଇ, ୩ ଜୁନ୍ – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମରେ ଗତକାଲି ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଆଜି ଘଟଣାସ୍ଥଳ ଠାରୁ କିଛି ଦୂରରୁ ନଦୀ କୂଳର ଏକ ବୁଦାମୂଳରୁ ଉଦ୍ଧାର ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସଞ୍ଜୟ ପ୍ରଧାନ ।
୪୭ ବର୍ଷିୟ ସଞ୍ଜୟ ରବିବାର ସକାଳ ପ୍ରାୟ ୯ଟା ସମୟରେ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉ ଥିବା ବେଳେ ହଠାତ୍ ତାଙ୍କୁ ଏକ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିଲା । ନିକଟରେ ମାଛ ଧରୁଥିବା ଏକ ଡ଼ଙ୍ଗାର ଧିବର ମାନେ ଏହା ଦେଖି ତାଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ବ୍ୟାପକ ଖୋଜାଖୋଜି ଚଳାଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ତାଙ୍କ ମୃତଦେହ ନଦୀ କୂଳର ଏକ ବୁଦାମୂଳରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇରେ ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି ।
ଓଡିଶା
ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...