Connect with us

ଓଡିଶା

କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ୍ ଘଟଣା

ସାଙ୍କେତିକ

କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ୍ ଘଟଣା
ଅଭିଯୁକ୍ତ ତପନକୁ ଧରିଲା ପୋଲିସ
ନୟାଗଡ଼, ୧୩ ଅଗଷ୍ଟ – ପୋଲିସ ହାତରୁ ତିନି ତିନି ଥର ଖସିଯାଇଥିବା ଅଭିଯୁକ୍ତ ତପନ ରାଉତ ଓରଫ ବଣିକୁ ଆଜି ପୋଲିସ ଗିରଫ କରିଛି । ତପନର ନିଜ ଗାଁ କରବର ନିକଟସ୍ଥ ଜଙ୍ଗଲରୁ ପୋଲିସ ତାକୁ ଧରିବାରେ ସଫଳ ହୋଇଛି ।
ସୂଚନାଯୋଗ୍ୟ, ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ତପନକୁ ଗତ ୯ ତାରିଖ ଦିନ ପୋଲିସ ହେପାଜତରେ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ନିଆଯାଉଥିବା ବେଳେ ସେ କୋର୍ଟ ଭ୍ୟାନ୍ ରୁ ଡେଇଁ ଚମ୍ପଟ୍ ମାରିଥିଲା । ଘଟଣାରେ କର୍ତବ୍ୟରେ ଅବହେଳା ପାଇଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଲମ୍ବନ କରିଥିଲେ । ଏଥିମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳ ରହିଛନ୍ତି ।
ପ୍ରକାଶ ଥାଉ କି, ଅଭିଯୁକ୍ତ ତପନ ଏହା ପୂର୍ବରୁ ୨ ଥର ଖଣ୍ଡପଡ଼ା ଜେଲ୍ ରୁ ପାଚେରୀ ଡ଼େଇଁ ଖସି ଯାଇଥିଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣ ୱାର୍ଡ଼ର ମଧ୍ୟ ନିଲମ୍ବିତ ହୋଇଥିଲେ । ଏହିପରି ଭାବେ ଅଭିଯୁକ୍ତ ପାଇଁ ୭ ଜଣ ନିଲମ୍ବିତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା