Connect with us

ଓଡିଶା

କୋର୍ଟ ଭ୍ୟାନ୍ ରୁ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍

ସାଙ୍କେତିକ

କୋର୍ଟ ଭ୍ୟାନ୍ ରୁ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍
ନୟାଗଡ଼, ୯ ଅଗଷ୍ଟ – ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ପୋଲିସକୁ ଚକମା ଦେଖାଇ ସେ ଭ୍ୟାନ୍ ରୁ ଡେଇଁ ଚମ୍ପଟ୍ ମାରିଛି । ଆଜି ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ସମ୍ପୃକ୍ତ ଅଭିଯୁକ୍ତ ଏହା ପୂର୍ବରୁ ଦୁଇଥର ଚମ୍ପଟ୍ ମାରି ପୋଲିସ ହାତରେ ଧରାପଡିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଅଭିଯୁକ୍ତ ତପନ ରାଉତ ଖଣ୍ଡପଡ଼ା ଜେଲ୍ ରେ ଥିଲା । ଆଜି ତାକୁ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ଭ୍ୟାନ୍ ରେ ନିଆଯାଉଥିଲା । ହାତରେ ହ୍ୟାଣ୍ଡକଫ ପଡିଥିବା ସତ୍ୱେ ଅଭିଯୁକ୍ତ କୋର୍ଟ ଭ୍ୟାନ୍ ରୁ ଡେଇଁ ଚମ୍ପଟ୍ ମାରିଥିଲା । ପୋଲିସ କିଛି ବୁଝିବା ପୂର୍ବରୁ ତପନ ସେଠାରୁ ଫେରାର୍ ହୋଇଯାଇଥିଲା । ଘଟଣା ପରେ ଅଭିଯୁକ୍ତକୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି ।
ପ୍ରକାଶ ଥାଉ କି, ଅଭିଯୁକ୍ତ ତପନ ଏହା ପୂର୍ବରୁ ୨ ଥର ଖଣ୍ଡପଡ଼ା ଜେଲ୍ ରୁ ଖସି ଯାଇଥିଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣ ୱାର୍ଡ଼ର ମଧ୍ୟ ନିଲମ୍ବିତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା