
କୋଣାର୍କ ଜେଏମ୍ଏଫ୍ସି କୋର୍ଟରେ ଉପସ୍ଥିତ ହେଲେ ଅଭିଜିତ ଆୟାର୍
ଭୁବନେଶ୍ୱର :- ଅଭିଜିତ ଆୟାର୍ଙ୍କୁ କୋଣାର୍କ ପୋଲିସ ଜେଏମ୍ଏଫ୍ସି କୋର୍ଟରେ ହାଜର କରିଛି । କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ ଏବଂ ଓଡ଼ିଶା ସଂସ୍କୃତି ପ୍ରତି କଟୁ ତଥା ସୃତିହୀନ ମନ୍ତବ୍ୟ ଦେଇଥିବା ଶ୍ରୀ ଆୟାର୍ଙ୍କୁ ଅକ୍ଟୋବର ୨୬ ତାରିଖରେ କୋଣାର୍କ ପୋଲିସ ୨ ଦିନିଆ ରିମାଣ୍ଡ୍ରେ ନେଇଥିଲା । ତାଙ୍କ ଓକିଲ ଏବଂ ସରକାରୀ ଓକିଲ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବା ପରେ ଜେଏମ୍ଏଫ୍ସି ମାଜିଷ୍ଟ୍ରେଟ୍ ତାଙ୍କୁ ଭୁବନେଶ୍ୱର ଏସ୍ଜିଏମ୍ ମାଜିଷ୍ଟ୍ରେଟ୍ଙ୍କୁ ହସ୍ତାନ୍ତର କରିଦେଇଥିଲେ । ତାଙ୍କୁ ପୋଲିସ ଭୁବନେଶ୍ୱର ନେଇଆସିଛି ।
