Connect with us

ଓଡିଶା

କାଁ ଭାଁ ଗଣ୍ଡଗୋଳ, ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ

ସାଙ୍କେତିକ

କାଁ ଭାଁ ଗଣ୍ଡଗୋଳ, ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ
ପୁରୀ, ୨୩ ଅପ୍ରେଲ – ଓଡିଶାରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କାର୍ଯ୍ୟକ୍ରମ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ, ପିପିଲି, ରଣପୁର, ନୟାଗଡ ଓ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫୫ରୁ ଊଦ୍ଧ୍ୱର୍ ପ୍ରତିଶତ ମତଦାନ ହୋଇଛି । ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ କେତେକ ବୁଥରେ ପାଟିତୁଣ୍ଡ ହେବା ସହ କମାଶାସନ ୨୨୨ ନଂ ବୁଥରେ ଇଭିଏମ୍ ଭଙ୍ଗାରୁଜା ଓ ହନ୍ତୁକରେ ଉତେଜନା ପରିବେଶ ସୃଷ୍ଟି ହୋଇଥିଲା । ପେଣ୍ଠକଟା ଆଇଟିଆଇ ବୁଥରେ ବିଜେପି ଓ ବିଜେଡି ମଧ୍ୟରେ ପାଟିତୁଣ୍ଡ ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ଭୋଟ ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାର କିନ୍ନରମାନେ ସେମାନଙ୍କ ମତଦାନ କରିଛନ୍ତି । କଣାସର ଦୋକନ୍ଦା ବୁଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହ ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବଙ୍କ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି ।
ଅନୁରୂପ ଭାବେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଳଭଦ୍ରପୁର ୭୫ ନଂ ବୁଥ୍ ରେ ୨ଟି ଇଭିଏମ୍ ମେସିନ ଭଙ୍ଗା ଯାଇଛି । ଇଭିଏମ୍ ରେ ତୃଟି ଥିବା ଦର୍ଶାଇ ଉତ୍ୟକ୍ତ ଲୋକେ ଏହାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଉତେଜନାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପୁରୀ ସଦରରେ ୬୦.୫୫ ପ୍ରତିଶତ, ସତ୍ୟବାଦୀରେ ୬୩.୭୮, ବ୍ରହ୍ମଗିରିରେ ୬୨.୫୨, ପିପିଲିରେ ୬୧.୨୭, ଚିଲିକାରେ ୫୨.୦୦, ରଣପୁର ୫୧.୩୫ ଓ ନୟାଗଡରେ ୫୫.୨୧ ପ୍ରତିଶତ ଭୋଟ ହୋଇଛି । କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ଅନ୍ୟ କେତେକ ବୁଥରେ ଇଭିଏମ୍ ଅଚଳ, ଭୋଟ ଦେବାରେ ବିଳମ୍ବ, ଯାଂଚ୍ ସମୟରେ ବିଳମ୍ବ, ଭୋଟ ଲିଷ୍ଟରେ ତ୍ରୁଟି ଯୋଗୁଁ ଅନେକ ସ୍ଥାନରେ ଭୋଟଗ୍ରହଣ ବିଳମ୍ବିତ ହୋଇଛି । ଅନେକ ସ୍ଥାନରେ ବିଜେପି ଓ ବିଜେଡିକର୍ମୀଙ୍କ ମଧ୍ୟରେ ଉଚ୍ଚବାଚ ପରିସ୍ଥିତି ସୃଷ୍ଟି ହୋଇଛି । ପିପିଲିରେ ଅନେକ ବୁଥରେ ବନ୍ଧୁକଧାରୀ ପୁଲିସ ଅଧିକ ସଂଖ୍ୟକ ରହିଥିବାଯୋଗୁଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା