କଳ୍ପନା ବସ୍ ଦୁର୍ଘଟଣା
ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲେ ନିଜାମୁଦ୍ଦିନ
ବାରିପଦା, ୧୨ ଜୁଲାଇ – ଗତ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ଓଡ଼ି ୦୧ ଜେ ୨୨୧୨ ନମ୍ବର ବିଶିଷ୍ଟ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୧୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ଚଳାଇ ଶେଷରେ ହାରିଯାଇଛନ୍ତି ୨୮ ବର୍ଷିୟ ଯୁବକ ସେକ୍ ନିଜାମୁଦ୍ଦିନ । ଗତକାଲି ରାତିରେ ପିତା ମାତା, ପରିବାରର ସଦସ୍ୟ ଓ ଆତ୍ମୀୟ ପରିଜନ, ସାଙ୍ଗସାଥୀମାନଙ୍କୁ ସବୁ ଦିନ ପାଇଁ ତ୍ୟାଗ କରି ଆର ପାରିକୁ ଚାଲିଯାଇଛନ୍ତି ବାରିପଦା ପୌରପରିଷଦର ୱାର୍ଡ଼ ନଂ ୩ ୱାଲିଗଞ୍ଜ ଅଂଚଳର ସେକ୍ ଅମିନୁଦ୍ଦିନଙ୍କ ପୁଅ ସେକ୍ ନିଜାମୁଦ୍ଦିନ(୨୮) ।
ଦୁର୍ଘଟଣାରେ ସେକ୍ ନିଜାମୁଦ୍ଦିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାରିପଦା ମେଡ଼ିକାଲରେ ଚିକିତ୍ସା କରୁଥିବା ଡ଼ାକ୍ତର ୨୭ ତାରିଖ ରାତିରେ କଟକ ମେଡ଼ିକାଲକୁ ତୁରନ୍ତ ନେଇଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ମାତ୍ର ପରିବାରର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ନିଜାମଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ । ୨୮ ଶୁକ୍ରବାର ନିଜାମୁଦ୍ଦିନ ସେମାନଙ୍କ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନଙ୍କ ସହ କଥାବାର୍ତା ମଧ୍ୟ କରିଥିଲେ ଏବଂ ସେହି ଦିନ ହସପିଟାଲରେ ଡ଼ାକ୍ତର ୮୦ ହଜାର ଟଙ୍କା ନେଇ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଇବା ପରେ ଆଇସିୟୁ ନଂ ୨ରେ ରଖିଥିଲେ । କିନ୍ତୁ ସେକ୍ ନିଜାମୁଦ୍ଦିନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଥିଲା । ଗତ ଜୁଲାଇ ୪ ତାରିଖ ଠାରୁ ହୃତପିଣ୍ଡରେ ଇନଫେକସନ ହୋଇଥିବାର ଦର୍ଶାଇ ତାଙ୍କୁ ଆଇସିୟୁରୁ ଭେଂଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ହସପିଟାଲ କର୍ତୃପକ୍ଷ ଦୈନିକ ଆଇସିୟୁ ଚାର୍ଜ ୧୫ ହଜାର ଲେଖାଏଁ ନେଉଥିବା ବେଳେ ଗୁରୁବାର ଠାରୁ ଭେନଟିଲେଟର ଚାର୍ଜ ପ୍ରାୟ ୩୦ ହଜାର ଲେଖାଏଁ ନେଉଥିଲେ । ଏଥି ସହିତ ନିଜାମୁଦ୍ଦିନଙ୍କ ହୃତପିଣ୍ଡରେ ସ୍ପନ୍ଦନ ସ୍ଥିର ରହୁନଥିବାର ଦର୍ଶାଇ ଏକ ମେସିନ ହୃତପିଣ୍ଡରେ ମଧ୍ୟ ସଂଯୋଗ କରାଇଥିଲା । ସଂଜ୍ଞାହୀନ ଅବସ୍ଥାରେ ହସପିଟାଲରେ ପଡ଼ି ରହିଥିବା ବେଳେ ତାଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତର କିଡ଼ନୀ ଫେଲ୍ ହୋଇଯାଇଥିବାର ସୂଚନା ଦେଇଥିଲେ । କ୍ରମଶଃ ନିଜାମୁଦ୍ଦିନଙ୍କ ବଂଚିବାର ଆଶା କ୍ଷୀଣ ହୋଇ ଆସୁଥିଲା ଏବଂ ଶେଷରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ସମୟରେ ନିକଟରେ ପୁତୁରା ଓ ଭଣଜା ଉପସ୍ଥିତ ରହିଥିଲେ ।
ପ୍ରକାଶ ଥାଉକି, ଗତ ବର୍ଷ ନିଜାମୁଦ୍ଦିନଙ୍କ ବିବାହ ହୋଇଥିଲା ଓ ତାଙ୍କ ପତ୍ନୀ ସମ୍ପ୍ରତି ଗର୍ଭବତୀ ଅଛନ୍ତି । ଘରେ ବୃଦ୍ଧ ପିତା ଓ ମାତାଙ୍କ ସହ ଅର୍ଦ୍ଧପାଗଳୀ ଭଉଣୀ ରହିଛନ୍ତି । ପୁଅକୁ ବଂଚାଇବା ନିମନ୍ତେ ବାପା ସେକ୍ ଅମିନୁଦ୍ଦିନ ସମସ୍ତ ସଂଚୟ ଅର୍ଥ ଓ ଧାର କରଜ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ଶେଷରେ ନିଜର ଭାଗ୍ୟ ନିକଟରେ ହାରି ବାହୁନିବାରେ ଲାଗିଛନ୍ତି । ହସପିଟାଲରେ ନିଜାମୁଦ୍ଦିନଙ୍କ ପାର୍ଥୀବ ଶରୀରର ବ୍ୟବଚ୍ଛେଦ କରାଯିବା ପରେ ବାରିପଦା ଅଣାଯାଇ କବର ଦିଆଯାଇଥିବାର ଜଣାପଡ଼ିଛି ।
ଓଡିଶା
କଳ୍ପନା ବସ୍ ଦୁର୍ଘଟଣା
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...