ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।
ଭୁବନେଶ୍ୱର,୧୦ା୮ : ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ (ଓଏଚଆରଡିସି) ଦୁର୍ନୀତି ମାମଲାରେ ଏହାର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇଏଏସ୍ ବିନୋଦ କୁମାରଙ୍କ ନାମରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯେଉଁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଏହା ଉପରେ ଚଳିତମାସ ଅର୍ଥାତ ଅଗଷ୍ଟ ମାସ ୧୦ ତାରିଖ ଯାଏ ଓଡ଼ିଶା ହାଇକୋର୍ଟ ବିନୋଦ କୁମାରଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲେ । ଏହି ଅବଧି ଶେଷ ହେବା ପୂର୍ବରୁ ବିନୋଦ କୁମାର ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଏଚଆରଡିସି ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ୍) ,ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାମରେ ଜାମିନୀ ବିହିନ ଗିରଫ ପରୱାନା ଜାରି କରିଥିଲେ । ପରେ ଏନେଇ ଆଇଏଏସ୍ ବିନୋଦ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାକୁ ଉଠାଇ ଦେବାକୁ ନିବେଦନ କରିଥିଲେ । ହାଇକୋର୍ଟ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୧୦ ତାରିଖ ଯାଏ ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ । ଆଜି ହାଇକୋର୍ଟଙ୍କ ଠାରୁ ମିଳିଥିବା ସମୟ ଅବଧି ଶେଷ ହେବା ପରେ ଆଇଏଏସ୍ ବିନୋଦ କୁମାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ ।
Uncategorized
ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।
More in Uncategorized
-
୨୦୧୯ରେ ୧୬,୪୯୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି
୨୦୧୯ରେ ୧୬,୪୯୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି ଭୁବନେଶ୍ୱର, ୦୫ ଫେବୃଆରୀ – ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ...
-
ବାଚସ୍ପତିଙ୍କୁ ଚିଠିଲେଖି କ୍ଷମା ପ୍ରାର୍ଥନା କଲେ ଅଭିଜିତ୍
ବାଚସ୍ପତିଙ୍କୁ ଚିଠିଲେଖି କ୍ଷମା ପ୍ରାର୍ଥନା କଲେ ଅଭିଜିତ୍ ଭୁବନେଶ୍ୱର,୧୧ା୧୦ : ଓଡିଶା ବିଧାନସଭାର ବିଧାୟକ ମାନଙ୍କ ପ୍ରତି ଦେଇଥିବା...
-
ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର
ନୂଆଦିଲ୍ଲୀ:- ଦିଲ୍ଲୀର ଏକ ଅଦାଲତ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ, ପୁତ୍ର ତଥା...
-
ବ୍ରହ୍ମ ବିଭ୍ରାଟ କଥା ଆଉ ଉଠାଅନି – ଶ୍ରୀମନ୍ଦିର ପରିଚାଳନା କମିଟି
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ ପୁରୀ,୨୭ା୯ : ଶ୍ରୀମନ୍ଦିର...