
ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ୨ ଗିରଫ
ପୁରୀ, ୨୪ ଅପ୍ରେଲ – ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୀରକିଶୋରପୁର ୭୮ ନଂ ବୁଥ୍ ରେ ଗତକାଲି ଭୋଟଗ୍ରହଣ ବେଳେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା । ଘଟଣାରେ ଅଭିଯୁକ୍ତ ଥିବା ଦୁଇ ବିଜେଡ଼ି ସମର୍ଥକ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କୁ ଆଜି ସଂନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି ।
