
ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଉପରେ ଆଇଟି ଚଢାଉ
ଭୁବନେଶ୍ୱର,୧୧ା୧ : ଖଣି ମାଲିକ ଦିପ୍ତୀରଂଜନ ପଟ୍ଟନାୟକଙ୍କ ଘର ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ନାମରେ ଆୟକର ଫାଙ୍କିବା ଅଭିଯୋଗରେ ଶୁକ୍ରବାର କମ୍ପାନୀର ବିଭିନ୍ନ ଠିକଣାରେ ଅ।ୟକର ବିଭାଗ ଚଢ଼ଉ କରିଛି । ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସହିଦନଗରରେ ଥିବା କମ୍ପାନୀ ଅଫିସରେ ମଧ୍ୟ ଚଢାଉ ହୋଇଛି । ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇଥିବା ସୂଚନା ମିଳିଛି ।
