Connect with us

ଓଡିଶା

ଆଠମାସ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ସାଙ୍କେତିକ

ଆଠମାସ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର
ଭୁବନେଶ୍ୱର, ୧୭ ସେପ୍ଟେମ୍ବର – ରାଜଧାନୀରେ ଥିବା ବିଜୁ ପଟ୍ଟନାୟକ ବିମାନଘାଟୀରୁ ଚଳପ୍ରଚଳ କରୁଥିବା ବିମାନ ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରାଯିବ ବୋଲି ଏହାର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ରନୱେର ରିକାର୍ଫେଟିଂ ପାଇଁ ଏହା ଆଠମାସ ବନ୍ଦ ରହିବ । ବନ୍ଦ ସମୟରେ ଏହି କାର୍ଯ୍ୟ କରାଯିବ ।

ସକାଳ ୧୦.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଏବେ ଏହି ବିମାନଘାଟୀରୁ ଦୈନିକ ପ୍ରାୟ ୩୯ଟି ବିମାନ ଦେଶ ଏବଂ ବିଦେଶକୁ ଉଡ଼ାଣ ହେଉଛି । ଚଳିତ ବର୍ଷ ନଭେମ୍ବର ୧ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରାତି ୧୦ରୁ ଭୋର ୫ଟା, ଏପ୍ରିଲ ୧ରୁ ଜୁନ୍ ପର୍ଯ୍ୟନ୍ତ ୧୦ଟାରୁ ୬ଟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବନ୍ଦ ରହିବ । ୧୪୩୨ ମିଟର ରନୱେ ମରାମତି ହେବ । ପ୍ରତି ୧୦ବର୍ଷରେ ଏହା ମରାମତି ହୋଇଥାଏ । ଶେଷ ଥର ପାଇଁ ୨୦୦୭ରେ ମରାମତି ହୋଇଥିଲା । ଏତେ ସଂଖ୍ୟାରେ ବିମାନ ଉଡ଼ାଣ ହେଉଥିବାରୁ ସମ୍ପୃକ୍ତ ରନୱେ ବିମାନର ଚକାରେ ରବରିଂ ହୋଇଯାଉଛି । ଯାହାଫଳରେ ବ୍ରେକ୍ ମାରିବାରେ ବେଳେବେଳେ ଅସୁବିଧା ସୃଷ୍ଟି ହେଉଛି ବୋଲି ନିର୍ଦ୍ଦେଶକ ଶ୍ରୀ ହୋତା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା